ନୱାଜ୍ ଶରିଫ୍ଙ୍କ ପତ୍ନୀ ବେଗମ୍ କୁଲ୍ସୁମ ଙ୍କ ଲଣ୍ଡନରେ ପରଲୋକ

ଲଣ୍ଡନ୍: ଭ୍ରଷ୍ଟାଚାର ମାମଲାରେ ଜେଲ୍ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କ ପତ୍ନୀ ବେଗମ୍ କୁଲ୍ସୁମଙ୍କ ଆଜି ଲଣ୍ଡନରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଲଣ୍ଡନର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ।
ଗିରଫ ହେବା ପୂର୍ବରୁ ଶରିଫ୍ ଲଣ୍ଡନରେ ରହି ତାଙ୍କ ଦେଖାଶୁଣା କରୁଥିଲେ। କିନ୍ତୁ ବେଗମ୍ଙ୍କୁ ଶେଷ ଅବସ୍ଥାରେ ଛାଡ଼ି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶରିଫ୍ ପାକିସ୍ତାନ ଫେରିଥିଲେ। ତେଣୁ ବେଗମ୍ କୁଲସୁମ ତାଙ୍କ ଅନ୍ତିମ ସମୟରେ ସ୍ୱାମୀଙ୍କୁ ନ ଦେଖି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପାକିସ୍ତାନ ମୁସଲିମ୍ ଲିଗ୍ ଶିରିଫ୍ର ମୁଖ୍ୟ ଶେହବାଜ୍ ଶରିଫ୍ କହିଛନ୍ତି।
ଜିଓ ଟିଭିର ଖବର ଅନୁଯାୟୀ ୨୦୧୪ ମସିହା ଜୁନ୍ ମାସରୁ ବେଗମ୍ କୁଲ୍ସୁମ୍ ଲଣ୍ଡନ୍ର ହାର୍ଲେ ଷ୍ଟ୍ରିଟ୍ କ୍ଲିନିକ୍ରେ ଚିକିତ୍ସିତ ହେଉଥିଲେ। କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ୬୮ ବର୍ଷୀୟ କୁଲ୍ସୁମ ୧୯୭୧ ମସିହା ଏପ୍ରିଲ୍ରେ ଶରିଫ୍ଙ୍କୁ ବିବାହ କରିଥିଲେ।



0 Comments