କଟକ- ବର୍ଷାଜଳ ନିଷ୍କାସନ ପାଇଁ କଟକ-ପାରାଦୀପ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ସାତଟି ପଞ୍ଚାୟତ ବାସିନ୍ଦା | କଟକ-ପାରାଦୀପର ଚକ୍ରଧରପୁର ଛକ ନିକଟରେ ମୁଖ୍ୟରାସ୍ତା ଉପରେ ବସିଛନ୍ତି ଶହଶହ ଲୋକେ | ପାରାଦୀପଗଡ, ଭୁତମୁଣ୍ଡାଇ, କୋଠି, ବଗଦିଆ, ବିଶ୍ବାଳୀ, ନୁଆଗଡ ଓ ଗଣ୍ଡିକିପୁର ପଞ୍ଚାୟତର ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି | ଫଳରେ କଟକ ପାରାଦୀପ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି | ଏହିସବୁ ପଞ୍ଚାୟତରେ ସବୁ ସମୟରେ ବର୍ଷାଜଳ ବିତ୍ପାତ ସୃଷ୍ଟି କରିଥିବାବେଳେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ | ତେବେ ନିକଟରେ ଥିବା ହଳଦୀପାଣି ନଦୀଜଳକୁ ସିଧାସଳଖ ମହାନଦୀକୁ ଛାଡିବାର ସୁବିଧା କରାଇବାସହ ଲୋକନାଥପଡା ଠାରେ ଏକ କଲଭେଟ୍ ନିର୍ମାଣ ହେଲେ ବର୍ଷାଜଳ ନିଷ୍କାସନ ହୋଇପାରିବ ବୋଲି ଲୋକମାନେ ଦାବି କରିଛନ୍ତି | ପ୍ରଶାସନ ଏହାର ସମାଧାନ କରୁନଥିବାରୁ ହଜାର ହଜୀର ଲୋକେ ଜଳବନ୍ଦୀରେ ରହୁଛନ୍ତି
| ତେଣୁ ଆଜି ସେମାନେ ବାଧ୍ୟହୋଇ ରାଜରାସ୍ତା ଅବରୋଧ କରିଛନ୍ତି | ଦିର୍ଘସମୟ ରାସ୍ତା ଅବରୋଧ ରହିବା ପରେ କୁଜଙ୍ଗ ତହସିଲଦାର ଓ ପାରାଦୀପ ଅତିରିକ୍ତ ଏସ୍.ପି. ଘଟଣାସ୍ଥଳରେ ପହଁଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସେମାନଙ୍କସହ ଆଲୋଚନା କରିଥିଲେ | ଏବଂ ଆସନ୍ତା ସପ୍ତାହରେ ଏସଂପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପନ୍ଦରଦିନ ଭିତରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟି ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଦିର୍ଘ ପାଞ୍ଚଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା | ତେବେ ବର୍ତ୍ତମାନ ହୋଇଥିବା ଜଳବନ୍ଦୀର ସାମୟିକ ଭାବେ ସମାଧାନ ପାଇଁ ଦୁଇଗୋଟି ଜେସିବି ସାହାଯ୍ୟରେ ଜଳ ନିଷ୍କାସନ ବାଟ କଟାଯିବ ବୋଲି ମଧ୍ୟ ତହସିଲଦାର ପ୍ରତିଶୃତି ଦେଇଛନ୍ତି | ଅନ୍ୟପଟେ ଦାବି ପୁରଣ ନହେଲେ ପୁନର୍ବାର ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଧାରଣାକାରୀ



0 Comments